ବିଜୁ ଜନତା ଦଳ ରାଉରକେଲା ନିର୍ବାଚନ ମଣ୍ଡଳୀ ପକ୍ଷରୁ ଟଙ୍କ ତୋରାଣି ବଣ୍ଟନ କାର୍ଯ୍ୟକ୍ରମ ୫୨ ଦିନରେ ପହଞ୍ଚିଲା

1 min read
Spread the love

ରାଉରକେଲା ସହରର ଡିଏଭି ଛକଠାରେ ବିଜୁ ଜନତା ଦଳ-ବିଜେଡି ରାଉରକେଲା ନିର୍ବାଚନ ମଣ୍ଡଳୀ ପକ୍ଷରୁ ପବିତ୍ର ପଣା ସଂକ୍ରାନ୍ତି ଅବସରରେ ଆରମ୍ଭ ହୋଇଥିବା ଟଙ୍କ ତୋରାଣୀ ବଣ୍ଟନ କାର୍ଯ୍ୟ ସ୍ନାନ ପୂର୍ଣ୍ଣିମା ଅବସରରେ ୫୨ ଦିନରେ ପହଞ୍ଚିଛି । ରାଉରକେଲା ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ନିକଟରେ ମନ୍ତ୍ରୀ ହୋଇଥିବା ସାରଦା ପ୍ରସାଦ ନାୟକଙ୍କ ପ୍ରେରଣାରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟ ପ୍ରଥମେ ଜ୍ୟେଷ୍ଠ ସଂକ୍ରାନ୍ତି ଯାଏ ଚାଲିବ ବୋଲି ସୂଚନା ଦିଆଯାଇଥିଲା । ପରବର୍ତ୍ତୀ ସମୟରେ ଦଳର କର୍ମକର୍ତ୍ତା ଓ ସଦସ୍ୟମାନେ ସମ୍ପ୍ରତି ହେଉଥିବା ପ୍ରବଳ ଖରା ଓ ତାଟିକୁ ଦେଖି ଏହି କାର୍ଯ୍ୟକୁ ରଜ ସଂକ୍ରାନ୍ତି ପର୍ଯ୍ୟନ୍ତ ଜାରି ରଖିବାକୁ ନିଷ୍ପତ୍ତି ନେଇଥିଲେ । ଏହି କ୍ରମରେ ସ୍ନାନ ପୂର୍ଣ୍ଣିମା ଅବସରରେ ଚାଲିଥିବା କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ନାୟକ ଯୋଗଦେଇ ସମସ୍ତଙ୍କୁ ଧନ୍ୟବାଦ ଜଆଣିଥିଲେ । ଏହା ସହିତ ଗତ ୫୧ଦିନ ଧରି ନିରବଛିନ୍ନ ଭାବେ ଚାଳିଥିବା ଟଙ୍କ ତୋରାଣୀ ବଣ୍ଟନ ପାଇଁ ଦଳର ମହିଳା କର୍ମୀମାନଙ୍କର ସକ୍ରୀୟ ଉଦ୍ୟମ ଓ ସହଯୋଗ ସହିତ ଅନ୍ୟ କର୍ମକର୍ତ୍ତାମାନଙ୍କର ସହଯୋଗକୁ ପ୍ରଶଂଶା କରିଥିଲେ । ଏହି ଟଙ୍କ ତୋରାଣି ବଣ୍ଟନ କାର୍ଯ୍ୟ ପାଇଁ ପ୍ରତିଦିନ ଏକ ନିର୍ଦ୍ଦିଷ୍ଟ ପରିମାଣର ଅଭଡ଼ା ପୁରୀ ଶ୍ରୀମନ୍ଦିରରୁ ଅଣାଯାଇ ଅନ୍ୟାନ୍ୟ ସମଗ୍ରୀ ମିଶ୍ରଣ କରାଯାଉଛି । ଏହାପରେ ପ୍ରତିଦିନ ଶହ ଶହ ପଥଚାରୀଙ୍କୁ ପୂର୍ବାହ୍ନ ୧୧ଟାରୁ ଅପରାହ୍ଣ ୧ଟା ପର୍ଯ୍ୟନ୍ତ ଟଙ୍କ ତୋରାଣୀ ବଣ୍ଟନ କରାଯାଉଛି । ବିଜେଡି କର୍ମକର୍ତ୍ତା ଓ କର୍ମୀଙ୍କ ଏହି ଉଦ୍ୟମକୁ ବିଭିନ୍ନ ବର୍ଗର ସହରବାସୀ ପ୍ରଶଂସା କରୁଥିବା ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *

error: Content is protected !!