ଉତ୍କଳ ସାଂସ୍କୃତିକ ପରିଷଦ, ଗରିମା ପକ୍ଷରୁ ଓଡ଼ିଆ ନବବର୍ଷ ପାଳନ
1 min read
ରାଉରକେଲା ସହରର ଅନ୍ୟତମ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ଉତ୍କଳ ସାଂସ୍କୃତିକ ପରିଷଦ, ଗରିମା ପକ୍ଷରୁ ଓଡ଼ିଆ ନବବର୍ଷ ପାଳନ ସହରର ସିଭିକ୍ ସେଣ୍ଟରଠାରେ ଅନୁଷ୍ଠିତ ହୋଇଯାଇଛି ସଙ୍ଗଠନର ସଭାପତି ସୁନୀଲ କାୟଲଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ସମ୍ପାଦକ ଶଙ୍କର ଜେନା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ ଏହି ଅବସରରେ ସମାଜସେବୀ ରାଜଲକ୍ଷ୍ମୀ ପାତ୍ର ଓ ଅବସରପ୍ରାପ୍ତ ବରିଷ୍ଠ ସିଆର୍ପିଏଫ୍ ଅଧିକାରୀ ଦୟାନିଧି ତନ୍ତୀଙ୍କୁ ସମ୍ବର୍ଦ୍ଧିତ କଋଆଯାଇଥିଲା ଏହା ସହିତ ନବବର୍ଷ ପାଳନ ଉପଲକ୍ଷେ ଓଡ଼ିଆ ସଂସ୍କୃତିର ପରିଚୟ ଭାବେ ନୃତ୍ୟ ଓ ଗୀତ ଆଦି ପ୍ରଦର୍ଶିତ ହୋଇଥିଲା