ରାଉରକେଲା ବନଖଣ୍ଡ ପକ୍ଷରୁ ଅସ୍ଥାୟୀ ଚାରା ବିତରଣ କେନ୍ଦ୍ରର ଶୁଭାରମ୍ଭ

1 min read
Spread the love

ରାଉରକେଲା ବନଖଣ୍ଡ ପକ୍ଷରୁ ଦୁଇଟି ସ୍ଥାନରେ ଚାରା ବିତରଣ କେନ୍ଦ୍ର ର ଶୁଭାରମ୍ଭ  ବୁଧବାର ହୋଇଯଇଛି। ସ୍ଥାନୀୟ ଡି.ଏ.ଭି ଛକ ଛକ ଠାରେ ଖୋଲିଥିବା କେନ୍ଦ୍ର କୁ ଆର.ସି.ସି.ଏଫ ପି. ରାମସ୍ୱାମୀ ଉଦଘାଟନ କରିଥିଲେ। ସେହିପରି ବିଶ୍ରା ଛକ ଠାରେ ଖୋଲାଯାଇଥିବା କେନ୍ଦ୍ର କୁ ରଘୁନାଥପଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ଉଦଘାଟନ କରିଥିଲେ। ଏହି ଅବସରରେ ରାଉରକେଲା ଡି.ଏଫ.ଓ  ଯଶବନ୍ତ ସେଠି, ଏ.ସି.ଏଫ ସୌମ୍ୟରଞ୍ଜନ ଗୋଛାୟତ, ପାନପୋଷ ରେଞ୍ଜ ଅଫିସର ଜ୍ଞାନେନ୍ଦ୍ର କୁମାର ଲିମା, ଫୋରେଷ୍ଟର ପ୍ରଦୀପ ସାହୁ ଓ ରିତାଞ୍ଜଳୀ ଶତପଥି, ଫରେଷ୍ଟ ଗାର୍ଡ ଅଲିୟଳ ବେହେରା, ସଂଘମିତ୍ରା ମହନ୍ତ, ଯଶୋଦା ମହନ୍ତ,ରଜତ କୁମାର ମହାନ୍ତି  ଙ୍କ ସମେତ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

ଏହି ଦୁଇଟି ଅସ୍ଥାୟୀ ଚାରା ବିତରଣ କେନ୍ଦ୍ର ଆସନ୍ତା ମାସକ ପାଇଁ ଅର୍ଥାତ୍‌ ଜୁଲାଇ ମାସ ଶେଷ ପର୍ଯ୍ୟନ୍ତ ଖୋଲା ରହିବ । ଆଗ୍ରହୀ ସହରବାସୀ ଏହି କେନ୍ଦ୍ର ରୁ ନିଜ ଆଧାର କାର୍ଡର ଏକ ପ୍ରତିଲିପି ଦାଖଲ କରି ଆବଶ୍ୟକ ଚାରା ନେଇପାରିବେ । ରାଉରକେଲା ଓ ଆଖପାଖ ଅଞ୍ଚଳରେ ବ୍ୟାପକ ବୃକ୍ଷ ରୋପଣ ଯୋଜନା କୁ ସଫଳ କରିବା ପାଇଁ ଡି.ଏଫ.ଓ ଶ୍ରୀ ସେଠି ସମସ୍ତଙ୍କ ସହଯୋଗ କାମନା କରିଛନ୍ତି l ସରକାରଙ୍କ ଯୋଜନା ମୁତାବକ ଏହି ଚାରା ବିତରଣ କେନ୍ଦ୍ରରେ ପ୍ରତିଗଛ ପିଛା ମାତ୍ର ଏକଟଙ୍କା ମୂଲ୍ୟ ନିଆଯିବ। ତେଣୁ ଏହି ବ୍ୟବସ୍ଥାର ସୁବିଧା ସହରବାସୀ ନେବା ପାଇଁ ଜଙ୍ଗଲ ବିଭାଗ ପକ୍ଷରୁ ଅନୁରୋଧ କରାଯାଇଛି।

Leave a Reply

Your email address will not be published. Required fields are marked *

error: Content is protected !!