ଜୟଦେବ କଳାବିକାଶ କେନ୍ଦ୍ର ପକ୍ଷରୁ ଷଷ୍ଠ ତମ ଜାତୀୟ ଶାସ୍ତ୍ରୀୟ ସଂଗୀତ ସମାରୋହ ଅନୁଷ୍ଠିତ

1 min read
Spread the love

ରାଉରକେଲା ସହରର ଉପକଣ୍ଠରେ ଜଗଦା ସ୍ଥିତ ଜୟଦେବ କଳାବିକାଶ କେନ୍ଦ୍ର ପକ୍ଷରୁ ଷଷ୍ଠତମ ଜାତୀୟ ଶାସ୍ତ୍ରୀୟ ସଂଗୀତ ସମାରୋହ ଜଗଦା ବାଟମଙ୍ଗଳା ସ୍ଥିତ ଶକ୍ତି ପୀଠ ଠାରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ସଭାପତି ଶରତ କୁମାର ବିଶ୍ବାଳ, ସାଧାରଣ ସଂପାଦକ ପ୍ରଦୀପ କୁମାର ପଣ୍ଡା ଓ ସାଂସ୍କୃତିକ ସଂପାଦକ ଡା ସୁଶାନ୍ତ କୁମାର ପାଣିଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାଂସଦ ଜୁଏଲ ଓରାମ  ମୁଖ୍ୟଅତିଥି ତଥା ବିଶିଷ୍ଟ ଶିକ୍ଷାବିତ୍ ପି ବର୍ଦ୍ଧରାଜନ, ଡଃ ସମର ମୁଦାଲି, ଡଃ ସୁମନ ଦତ୍ତ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଅତିଥିମାନେ  କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ଦେଶର ବିଭିନ୍ନ କୋଣ ଅନୁକୋଣରୁ ଆସିଥିବା କଳାକାରମାନଙ୍କୁ ଉତ୍ସାହିତ କରିଥିଲ। ଇଂ ଶ୍ରୀନିବାସ ଘଟୁଆରୀଙ୍କ ସଂଯୋଜନାରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ଗୋରଖପୁରୁ ଗୁରୁ ଶୁଭଙ୍କର ଦେ, ଭୁବନେଶ୍ବରୁ ଗୁରୁ କୁଳମଣି ସାହୁ, ପୁନେ ରୁ ଗୁରୁ ନଗେଶ ଆଦଗାଂଓକର, ପୁରୀ ରୁ ଗୁରୁ ସତ୍ୟ ନାରାୟଣ ଗୁରୁ, ରାୟପୁରରୁ ଗୁରୁ ସକେତ ସାହୁ, ଯାଜପୁର ରୁ ଗୁରୁ ସୁଶ୍ରୀ ଲକ୍ଷ୍ମୀପ୍ରିୟା ନାୟକ, ଢେଙ୍କାନାଳରୁ ଗୁରୁ ଜାମିନୀ ରଂଜନ ଦାଶ, କୋଲକାତାରୁ ଗୁରୁ ଅବିର ମୁଖାର୍ଜୀ, ଭୁବନେଶ୍ଵରରୁ ଆକାଶ ରଂଜୀବ ବିଶ୍ବାଳ, କୋଲକାତା ରୁ ଗୁରୁ ଶୁଦ୍ଧେନ୍ଦୁ ହାଲଦାର, ଭିଲାଇ ରୁ ରାମଚନ୍ଦ୍ର ସାର୍ପେ ଓ ସୁଶ୍ରୀ ପୁନମ ସାର୍ପେ, କୋଲକାତା ରୁ ସୁଶ୍ରୀ ମଉପାଲୀ ଚୌଧୁରୀ,ପୁରୀ ରୁ ମାଧବ ଶ୍ରୀଚନ୍ଦନ ସାହୁ, ଢେଙ୍କାନାଳ ରୁ ସୁଶ୍ରୀ ଅଙ୍କିତା ପଣ୍ଡା, ସୋନପୁର ରୁ ଗୁରୁ ରାଜକିଶୋର ପାଢୀ,ପୁରୀ ରୁ ବଟଗୋପାଳ ତ୍ରିପାଠୀ ଓ ରାଉରକେଲାରୁ ଗୁରୁ ବୀଣାପାଣି ରଥ, ଡା ସୁଶାନ୍ତ କୁମାର ପାଣି, ଗୁରୁ ପ୍ରଦୀପ କୁମାର ପଣ୍ଡା, ଗୌରାଙ୍ଗ ଗୋଛାୟତ, ମନବୋଧ ମିଶ୍ର, ପ୍ରଭାତୀ ମହାପାତ୍ର,ରଜତ ପଣ୍ଡା, ଗଜରାଜ ମୋହିନୀ, ସୁପ୍ରୀତ ପ୍ରିୟଦର୍ଶୀ ପଣ୍ଡା ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ।

କଳକାରମାନେ ବିଭିନ୍ନ ବିଭାଗରେ ଯଥା ହିନ୍ଦୁସ୍ଥାନୀ, ଓଡିଶୀ ଶାସ୍ତ୍ରୀୟ ସଂଗୀତ,ଚମ୍ପୁ, ଗୀତଗୋବିନ୍ଦ, ତବଲା ବାଦନ, ସୀତାର ବାଦନ, ମାଦଳ ବାଦନ, ସରଙ୍ଗୀ ବାଦନ ଆଦି କରିଥିଲେ। ଏଥିରେ ଉପସ୍ଥିତ ଶ୍ରୋତା ତଥା ଶାସ୍ତ୍ରୀୟ ସଂଗୀତ ପ୍ରେମୀ ମନ୍ତ୍ରମୁଗ୍ଧ ହୋଇଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ସଙ୍ଗଠନର ଉପସଭାପତି ସର୍ବଶ୍ରୀ ରବି ଦାସ, ନରେନ ଦାସ, ଉପଦେଷ୍ଟା ସଂଜୀବ ମହାନ୍ତି, ପ୍ରଭାତ ମହାନ୍ତି, ପରଭେଜ ଅରୋରା, ହୃଷିକେଶ ନାୟକ, କାଶୀନାଥ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *

error: Content is protected !!