‘ମାନବିକତା’ ପରିବାର ପକ୍ଷରୁ ବିଶ୍ଵ ବରିଷ୍ଠ ନାଗରିକ ଦିବସ ପାଳିତ
1 min read
ସମାଜ ପ୍ରତି ଦାୟିତ୍ବ ଓ କର୍ତ୍ତବ୍ୟକୁ ସଫଳ ସମ୍ପାଦନା କରିଥିବା ବରିଷ୍ଠ ନାଗରିକଙ୍କୁ ସମ୍ମାନ ପ୍ରଦାନ କରିଛି ‘ମାନବିକତା’ ପରିବାର। ସାରା ବିଶ୍ବରେ ବରିଷ୍ଠ ନାଗରିକ ଦିବସ ବିଭିନ୍ନ ପ୍ରାନ୍ତରେ ଭିନ୍ନ ଭିନ୍ନ ଢ଼ଙ୍ଗରେ ପାଳିତ ହେଉଛି। ଏ ସମାଜ ବରିଷ୍ଠ ନାଗରିକ ମାନଙ୍କ ସେବା ଓ ତାଙ୍କର କାର୍ଯ୍ୟଧାରା କୁ ନେଇ ଆଜି ମନେ ପକାଯାଉଛି। ସେମାନଙ୍କ ଦିଗଦର୍ଶନ ତଥା ପରିଚାଳିତ ମାର୍ଗ ଅନୁସରଣ କରି ଯୁବବର୍ଗ ଆଗକୁ ଅଗ୍ରସର ହୋଇଥାନ୍ତି। ଏହି କ୍ରମରେ ସାମାଜିକ ଓ ସାଂସ୍କୃତିକ ସଙ୍ଗଠନ ‘ମାନବିକତା’ ପକ୍ଷରୁ ସମାଜ ଗଠନରେ ବରିଷ୍ଠ ନାଗରିକମାନଙ୍କ ଭୂମିକା ସଦାସର୍ବଦା ଗ୍ରହଣୀୟ ବୋଲି ବିଶ୍ୱ ବରିଷ୍ଠ ନାଗରିକ ଦିବସ ପାଳନ ଅବସରରେ ଅତିଥିମାନେ ମତ ଦେଇଥିଲେ। ଅନୁଷ୍ଠାନର ଅଧ୍ୟକ୍ଷ ତଥା ସମାଜସେବୀ ପ୍ରଶାନ୍ତ ସେଠୀଙ୍କ ଅଧ୍ୟକ୍ଷତା ଓ ସମାଜସେବୀ ସଂଜୀବ ନାୟକଙ୍କ ସଂଯୋଜନାରେ ଭଞ୍ଜଭବନ ପରିସରରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ଏଥିରେ ଅତିଥି ଭାବେ ଡାକ୍ତର ସଦାନନ୍ଦ ମହାପାତ୍ର, ଡାକ୍ତର ଅକ୍ଷୟ ସାମଲ, ଅବସରପ୍ରାପ୍ତ ପୋଲିସ ଅଧିକାରୀ ଡଃ ସୁମନ ଦତ୍ତ, ଶିକ୍ଷାବିତ ବ୍ରଜେନ୍ଦ୍ର ଦାଶ ଓ ବିପିନ ବିହାରୀ ରାଉତରାୟ ପ୍ରମୁଖଙ୍କ ସମେତ ମୁଖ୍ୟବକ୍ତା ଭାବେ ବରିଷ୍ଠ ଶିକ୍ଷାବୀତ୍ ଡଃ ପ୍ରଭାତ କୁମାର ମଲ୍ଲିକ ଯୋଗ ଦେଇ ଏହି କାର୍ଯ୍ୟକ୍ରମ ରେ ନିଜର ଅନୁଭୂତି ଓ ମୂଲ୍ୟବାନ ସେବାର ପରିପ୍ରକାଶ କରି ଉପସ୍ଥିତ ସମସ୍ତଙ୍କୁ ପ୍ରେରଣା ଯୋଗାଇଥିଲେ। ଅତିଥି ଓ ବକ୍ତାମାନେ ବୟସ୍କ ବ୍ୟକ୍ତି ମାନେ ନିଜକୁ ଅବହେଳିତ ମନେ ନକରି ମାନସିକ ସ୍ତରରେ ଯୁବକ ରହିବା ପାଇଁଆହ୍ୱାନ ଦେଇଥିଲେ। ଏହା ସହିତ ବରିଷ୍ଠମାନେ ସମୟ ସହ ତାଳ ଦେଇ ସମାଜର ବିଭିନ୍ନ କାମରେ ନିଜକୁ ଜଡିତ ରଖନ୍ତୁ। ସ୍ବାସ୍ଥ୍ୟ ପ୍ରତି ସଚେତନ ରହିବା ସହ ‘ମୁଁ କିଏ’ ର ଆତ୍ମସମୀକ୍ଷା କରନ୍ତୁ। ସେହିପରି ନିଜର ଆତ୍ମଜ୍ଞାନ ଓ ଅଭିଜ୍ଞତା କୁ ଉପଯୋଗ କରନ୍ତୁ।

ଏହାସହ ୨୦୦୭ ରେ ବରିଷ୍ଠ ନାଗରିକଙ୍କ ପାଇଁ ଥିବା ଆଇନ ଓ ଭରଣ ପୋଷଣ ଆଦି ଉପରେ ଆଲୋଚନା ସହ ବରିଷ୍ଠ ନାଗରିକ ଦିବସ ପାଳନର ତାତ୍ପର୍ଯ୍ୟ ସଂପର୍କରେ ଅତିଥି ଓ ବକ୍ତାମାନେ ଆଲୋଚନା କରିଥିଲେ। ୨୦୧୮ ମସିହାରେ ମାନବିକତା ଅନୁଷ୍ଠାନ ତରଫରୁ ଏହିଭଳି କାର୍ଯ୍ୟକ୍ରମ କରାଯାଇଥିଲା। ଶେଷରେ ମାନବିକତାର ସଂଯୋଜକ ସରୋଜ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମକୁ ସଫଳ ସମ୍ପାଦନା କରିବାରେ ନରେନ୍ଦ୍ର ମହାନ୍ତି, ସୀମାଞ୍ଚଳ ଖଣ୍ଡୁଆଳ, ବିଶ୍ବ ରଞ୍ଜନ ରାଉତ, ସୈାମ୍ୟକାନ୍ତ ବଳ, ତନ୍ମୟ ସେଠୀ, ଦେବବ୍ରତ ନାୟକ, ଚୁନୁ ସିଂ, ଜିତେନ ମାଛଖଣ୍ଡ, ନିଲୁ ସେଠୀ, ଶାନ୍ତନୁ ଦାସ ଓ ଅନ୍ୟ ସଦସ୍ୟମାନେ ସହଯୋଗ କରିଥିଲେ।