ଅବକାରୀ ବିଭାଗ ପକ୍ଷରୁ ଦୁଇଟି ସ୍ଥାନରେ ଚଢ଼ାଉ: କାର୍ ଓ ମୋଟୋର ସାକେଲ ଜବତ
1 min read
ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ଦୁଇଟି ସ୍ଥାନରେ ଚଢ଼ାଉ କରାଯାଇ ମୋଟ ୨୪୦ ଲିଟର ଦେଶୀ ମଦ ଜବତ କରାଯାଇଛି । ଏହା ସହିତ ବେଆଇନ ମଦ କାରବାରରେ ବ୍ୟବହୃତ ଏକ ସୁଜୁକି କାର୍ ଏବଂ ପଲ୍ସାର ଗାଡ଼ି ଜବତ କରାଯାଇଛି । ଏହା ସହିତ ଏହି ମାମଲାରେ ଜଡ଼ିତ ଅଭିଯୋଗରେ ରାମୁ ଏକ୍କା ଓ ସୁଜିତ ବେହେରା ନାମକ ଦୁଇଜଣଙ୍କୁ ଗିରଫ କରାଯାଇଛି। ଏହି ଚଢ଼ାଉରେ ଅବକାରୀ ବିଭାଗର ଅଧିକାରୀ ସ୍ନେହଲତା ନାୟକ ଓ ସବ୍ ଇନ୍ସପେକ୍ଟର ଶ୍ରୀଧର ମହାନ୍ତି ଓ ଅନ୍ୟମାନେ ସାମିଲ ଥିଲେ।