ରାଉରକେଲା ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ ନିର୍ବାଚନ ସ୍ୱାକ୍ଷରତା କ୍ଲବ୍ର ଉଦ୍ଘାଟନ
1 min read
ରାଉରକେଲା ସହରର ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ ନିର୍ବାଚନ ସ୍ୱାକ୍ଷରତା କ୍ଲବ୍ର ଉଦ୍ଘାଟନ ହୋଇଯାଇଛି। ଭାରତୀୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶାବଳି ଅନୁଯାୟୀ ଏହି କ୍ଲବ୍ ଗଠନ କରାଯାଇଛି। ଏହି କ୍ଲବ୍ ମାଧ୍ୟମରେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ମତଦାନ ପ୍ରକ୍ରିୟାରେ ମତଦାନ ବୃଦ୍ଧି ନିମନ୍ତେ ସଚେତନତା ସହିତ ନିର୍ବାଚନ ସମ୍ପର୍କୀତ ସ୍ୱାକ୍ଷରତା ବା ନିର୍ବାଚନ ସମ୍ପର୍କୀତ ଆବଶ୍ୟକ ସୂଚନା ଓ ତଥ୍ୟର ପ୍ରଚାର ଓ ପ୍ରସାର କରାଯିବ। ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡା ବିଜୟ କୁମାର ବେହେରା ଯୋଗଦେଇ ସମସ୍ତ ଯୋଗ୍ୟ ମତଦାତା ଯେକୌଣସି ପ୍ରକାରର ନିର୍ବାଚନ ସମ୍ପର୍କରେ ମତଦାନ ପ୍ରକ୍ରିୟାରେ ଅଂଶଗ୍ରହଣ କରିବା ପାଇଁ ଆହ୍ୱାନ ଦେଇଥିଲେ। ଏହା ଦ୍ୱାରା ଗଣତାନ୍ତ୍ରିକ ବ୍ୟବସ୍ଥା ଅଧିକ ଶକ୍ତିଶାଳି ହେବ ବୋଲି ଡ ବେହେରା କହିଥିଲେ। ଏହି ଅବସରରେ ମହାବିଦ୍ୟାଳୟର ୫୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ସମେତ ବିଭିନ୍ନ ବିଭାଗର ଅଧ୍ୟାପକ ଓ ଅଧ୍ୟାପିକା ଉପସ୍ଥିତ ଥିଲେ। ଆସନ୍ତା ଦିନରେ କ୍ଲବ୍ର କାର୍ଯ୍ୟକ୍ରମ ସୂଚାରୁରୂପେ ପରିଚାଳନା ନିମନ୍ତେ ଏହି କାର୍ଯ୍ୟକ୍ରମରେ ଆଲୋଚନା ହୋଇଥିଲା। ଏଥିରେ ମହାବିଦ୍ୟାଳୟର ରାଜନୀତି ବିଭାଗର ମୁଖ୍ୟ ଚୌଧୁରୀ ପ୍ରଦୋଷ ରଞ୍ଜନ ନାଗରିକର କର୍ତ୍ତବ୍ୟ ଓ ଦାୟିତ୍ୱ ଏବଂ ଗଣତାନ୍ତ୍ରିକ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଥିଲେ। କ୍ଲବ୍ର ସଂଯୋଜିକା ରାମେଶ୍ୱରୀ ଭୋଇ ସ୍ୱାଗତ ଭାଷଣ ଦେଇଥିଲାବେଳେ ସହ ସଂଯୋଜକ ଡ ଶୁଭଜ୍ୟୋତି ମହାପାତ୍ର ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।