ରକ୍ଷଣାବେକ୍ଷଣ ପାଇଁ ବିଦ୍ୟୁତ ଯୋଗାଣ ବନ୍ଦ ସୂଚନା
1 min read
ରାଉରକେଲା ସହର ଉପକଣ୍ଠରେ ଥିବା ହମିରପୁର ଓ ଆର୍ଇସି ଅଞ୍ଚଳରେ ୧୩୨/୩୩ କେଭି ବିଦ୍ୟୁତ ସବଷ୍ଟେସନରେ ମରାମତି ଓ ରକ୍ଷଣାବେକ୍ଷଣ କାର୍ଯ୍ୟ ନିମନ୍ତେ ବୁଧବାର ଅର୍ଥାତ୍ ଜୁଲାଇ ୫ ତାରିଖ ଦିନ ସକାଳ ୮ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ବିଦ୍ୟୁତ ଯୋଗାଣ ବନ୍ଦ ରହିବ ବୋଲି ସୂଚନା ଦିଆଯାଇଛି।

ଏଥିପାଇଁ ଶକ୍ତିନଗର, କୋଏଲ ନଗର ସହିତ ନୟାବଜାର ଓ ସେକ୍ଟର-୨୧ ଅଞ୍ଚଳର କିଛି ସ୍ଥାନ ଏବଂ ହମିରପୁର ଅଞ୍ଚଳରେ ବିଦ୍ୟୁତ ସରବାରହା ବ୍ୟାହତ ହେବ।