ଶୁଆଖାଇକାଟେଣୀ ଗ୍ରାମରେ ଜଳ ସଙ୍କଟକୁ ନେଇ ଜିଲ୍ଲାପାଳଙ୍କୁ ଗୁହାରୀ
1 min read
ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଶୁଆଖାଇକାଟେଣୀ ଗ୍ରାମରେ ଜଳ ସଙ୍କଟ ଦେଖାଦେଇଛି । ଗ୍ରାମର ୨ ଓ ୩ ନମ୍ବର ୱାର୍ଡର ୧୪୦ ପରିବାରର ପୁରୁଷ ଓ ମହିଳାମାନେ ଜଳ ସଙ୍କଟର ତ୍ବରିତ ପଦକ୍ଷେ ନିମନ୍ତେ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ନିକଟରେ ଗୁହାରୀ ଜଣାଇଛନ୍ତି। ବହୁଦିନ ଧରି ଜଳ ସଙ୍କଟର ସମ୍ମୁଖୀନ ହୋଇ ପ୍ରତିନିଧିମାନଙ୍କୁ ଆପତ୍ତି କରିଥିଲେ ମଧ୍ୟ ଏହାର ସମାଧାନ ହୋଇପାରିନାହିଁ । ତେଣୁ ଏହାର ସ୍ଥାୟୀ ସମାଧାନ ପାଇଁ ଅନ୍ୟ ଜିଲ୍ଲାପାଳ ଶ୍ରୀ ସେଠୀଙ୍କୁ ଏକ ଲିଖିତ ଅଭିଯୋଗ କରିଛନ୍ତି। ଏହାର ସମାଧାନ ନହେଲେ ଆଗାମୀ ଦିନରେ ଆନ୍ଦୋଳନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି ଅଭିଯୋଗ ବେଳେ ଗ୍ରାମର ଦେବନାରାୟଣ ସାହୁ, ସତ୍ୟବାଦୀ ଦାସ, ଦୀପକ ନାୟକ, ବିଭୁତି ଭୂଷଣ ବେହେରା, ଅମ୍ବୁଜ ବେହେରା, ନିର୍ମଳ ନାୟକ, ରୋହିତ ଚୌଧୁରୀ ଓ ଅଞ୍ଜନ ସାମଲଙ୍କ ସମେତ ଶତାଧିକ ଗ୍ରାମବାସୀ ଉପସ୍ଥିତ ଥିଲେ ।