ସିଭିଲ ଟାଉନସିପ୍ ଶନି ମନ୍ଦିରର ୨୭ତମ ବାର୍ଷିକ ଉତ୍ସବ ପାଳନ କାର୍ଯ୍ୟକ୍ରମ ଆରମ୍ଭ
1 min read
ରାଉରକେଲା ସହରର ସିଭିଲ ଟାଉନସିପ୍ ସ୍ଥିତ ଶନି ମନ୍ଦିରର ୨୭ତମ ବାର୍ଷିକ ଉତ୍ସବ ପାଳନ ନିମନ୍ତେ ବିଶାଳ କଳଶ ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି ଏଥିପାଇଁ ୭୦୧ ଜଣ ମହିଳା ନାଲି ସାଡ଼ୀ ନାଲି ଓଢ଼ଣୀ ପିନ୍ଧି ବ୍ରାହ୍ମଣୀ ନଦୀରୁ ଜଳ ନେଇ ଏକ ଶୋଭାଯାତ୍ରାରେ ଆସିଥିଲେ ହି ଶୋଭାଯାତ୍ରା ପାନପୋଷ ଛକ ଦେଇ ପାନପୋଷ ରୋଡ୍ ଦେଇ ଶନି ମନ୍ଦିର ନିକଟରେ ପହଞ୍ଚିଥିଲେ କଳଶ ସହିତ ପାଣି ପହଞ୍ଚିବା ପରେ ରୀତି ନୀତି ଅନୁଯାୟୀ ପୂଜାର୍ଚ୍ଚନା ହୋଇଥିଲା ଏହୋ କଳଶ ଶୋଭାଯାତ୍ରାରେ ରାଉରକେଲା ସହରର ବିଭିନ୍ନ ଅଞ୍ଚଳରୁ ମହିଳାମାନେ ସାମିଲ ହୋଇଥିଲେ ଏହି କାର୍ଯ୍ୟରେ ମନ୍ଦିର କମିଟିର ଉପଦେଷ୍ଟା ପ୍ରକାଶ ମହାନ୍ତି, କମିଟିର ଅଧ୍ୟକ୍ଷ ଦୀପକ ମହାନ୍ତି, ସମ୍ପାଦକ ବିଶ୍ବନାଥ ଦେ ପ୍ରମୁଖ ସକ୍ରୀୟ ସହଯୋଗ କରିଥିଲେ ଏଥିରେ କର୍ତ୍ତାଭାବେ ରବି ପ୍ରଧାନ ଦାୟିତ୍ବ ତୁଲାଇଥିଲେ ଏହା ସହିତ ଜଜମାନ ରବି ପ୍ରଧାନ ଦାୟିତ୍ବ ତୁଲାଇଥିଲେ ଏଥିରେ ରତନ ସା , ପିଙ୍କୁ ଜୟସ୍ବାଲ, ଭୀର ବାହାଦୂର ଥାପା, ଅମୁଲିଆ ଧରା, ସମୀର କାନୁନଗୋ, ସତ୍ୟ ଜ୍ୟୋତି ମହାନ୍ତି, ରଜନୀକାନ୍ତ ବିଶ୍ବାଳ, ଜୟଜିତ ବିଶ୍ବାଳ ପ୍ରମୁଖ ସହଯୋଗ କରିଥିଲେ ସନ୍ଧ୍ୟାରେ ଭଜନ ସନ୍ଧ୍ୟା ଆୟୋଜିତ ହୋଇଥିଲା